।। ମୋ ଓଡ଼ିଶା ।।
ପ୍ରକୃତି ର ଅଙ୍କା ବଙ୍କା ବାଟରେ ,
ଓଡ଼ିଶା ଅଛି ଛୋଟ ଏକ କୋଣରେ ।
ସବୁଜ ସୁନ୍ଦର ଲତାର କଳ,
ଘେରି ରହି ଅଛି ନୀଳୁଆ ଜଳ ..
ଓଡ଼ିଶା ନୁହେଁ ଏକ ସାମାନ୍ୟ ରାଜ୍ୟ ,
ଏଠାରେ ଅଛନ୍ତି ଜଗତର ନାଥ ଜଗନ୍ନାଥ 🙏
ହୀରା ପରି ଚମକେ ଓଡ଼ିଶାର ଶରୀର
ଆସେ ଯେବେ ବାର ପରବ ,
ଏହାର ସୌନ୍ଦର୍ଯ୍ୟ ଦେଶ ଦେଶରେ ବିଖ୍ୟାତ !
ଏଠି ଖତରେ ପରିପୂର୍ଣ୍ଣ ଶସ୍ୟର ଖାଦାନ
ଓଡ଼ିଶାର ଲୋକ ଓଡ଼ିଆ କୁହନ୍ତି ,
ହୃଦୟ ରେ ସମସ୍ତଙ୍କୁ ସ୍ଥାନ ଦିଅନ୍ତି ,
ପରବ ଆସିଲେ ଲୋକ ଗୋବର ଲିପନ୍ତି ,
କଥା କଥାରେ ସ୍ନେହ ଦିଅନ୍ତି ,
ଦହି ପଖାଳର ସ୍ଵାଦ ଯେ ପାଇଛି
ସବୁ ସ୍ଥାନରେ ଓଡ଼ିଶାର ପ୍ରଶଂସା କରିଛି।