ତୁ ହିଁ ମୋର ମା
ହସ ହସ ମୁଁହ ତୋର, ଚାନ୍ଦ ପରି ଗୋରା
ଆଖି ତୋର ଅନ୍ଧାର ଆଲୋକ ପରି ତ
ଓଠ ତୋର ଗୋଲାପର ପାଖୁଡ଼ା,
କେଶ ତୋର ଗହନ ବନ ଭଳି।
କାନ ତୋର ଶବ୍ଦ ଧରିବା ଜାଲ,
ବେଳେ ବେଳେ - ହାତ ତୋର କଅଁଳ ତୁଳା
ଆଉ ବେଳେ ପଥର ଭଳି ଟାଣ,
ପଣତ କାନି ରେ ପଛୁ ମୋର ଲହୁ ଲୁହାଣ ।
କୋଳରେ କରୁ ସ୍ନେହ,
ସମାଜର କଳା ଅନ୍ଧାରରୁ
ମୋତେ ଦେଖାଉ ଆଲୋକର ବାଟ।
ବୁଣି ଦଉ ସୁଖ ର ମଞ୍ଜି ତ,
ଉପାଡ଼ି ଦଉ ଦୁଃଖର ପାହାଡ଼।
ଜୀବନର ପ୍ରତ୍ୟେକ କ୍ଷଣରେ
ତୁ ହିଁ ମୋ ସାହସ, ତୁ ହିଁ ମୋ ଭରସା,
ତୁ ହିଁ ମୋ ଭଲ ପାଇବା।
ମା, ତ ବିନା ମୁଁ ସମ୍ପୂର୍ଣ୍ଣ ଅଧୁରା।
ମୋ ମନ ମନ୍ଦିରର ଦେବୀ ତୁ,
ପୂଜାରିଣୀ ମୁଁ ତୋ ସ୍ନେହର।
ଜୀବନରେ କେବେ କରିବିନି ପର,
ଛାଡିବିନି କେବେ ତୋ ହାତ।
ନିଶ୍ଵାସର ଶେଷ ବିନ୍ଦୁ ଯାଏ,
କରୁଅଛି ପଣ —
କେବେ କରିବି ନାହିଁ ତୋର ଅସମ୍ମାନ।
ମା, ମା —
ତୁ ହିଁ ମୋର ମା।