ମୋ ଉତ୍କଳ
*କଳାରେ ଉତ୍କର୍ଷତା ପ୍ରତିପାଦିତ କରି ଆସିଛି ଯେଉଁ ଭୁମଣ୍ଡଳ l*
*ଆଜି ଆଲୋଚନାର ଶୀର୍ଷକ ସାଜିଛି ନାମ ଯାହାର ଉତ୍କଳ ll*
*ଇତିହାସ ପୃଷ୍ଠା କହିଦେଇ ଯାଏ ଉତ୍କଳୀୟ ବୀରଙ୍କ ଗାଥା l*
*ଯୁଦ୍ଧକ୍ଷେତ୍ରେ ପଶ୍ଚାତ୍ ଧାବନ କଲେ ଶତ୍ରୁ ନଇଁ ପଡି ତାଙ୍କ ମଥା ll*
*ଗଙ୍ଗାଠାରୁ ଗୋଦାବରୀ ଯାଏଁ ସୀମା ଲଙ୍ଘିଥିଲା ଯେଉଁ ଉତ୍କଳ l*
*ବୀର ସନ୍ତାନଗଣ ଥିଲେ କପିଳେନ୍ଦ୍ର, ଚୋଡ଼ଗଙ୍ଗ ଓ ସମ୍ରାଟ ଖାରବେଳ ll*
*ବ୍ରିଟିଶ୍ ଶାସନ ଦେଇଥିଲା ମୋ ଉତ୍କଳକୁ ଅନେକ ଘାତ ପ୍ରତିଘାତ l*
*ପ୍ରାଣର ଆହୁତି ଦେଲେ ରାଜଗୁରୁ, ସୁରେନ୍ଦ୍ର ସାଏ ଓ ବାଜି ରାଉତ ll*
*ଉତ୍କଳ ଭୂମି ଥିଲା ଖଣ୍ଡ ବିଖଣ୍ଡିତ ଉନ୍ନବିଂଶ ଓ ବିଂଶ ଶତାବ୍ଦୀରେ l*
*ଉତ୍କଳୀୟଙ୍କୁ ଏକତ୍ରିତ ନିମନ୍ତେ ବାହାରିଲେ ମଧୁବାବୁ ରାଜରାସ୍ତାରେ ll*
*ସ୍ଥାପିତ ହେଲା ଉତ୍କଳ ସମ୍ମିଳନୀ ଜୋର ଧରିଲା ଆନ୍ଦୋଳନ l*
*୧ ଏପ୍ରିଲ୍ ୧୯୩୬ ସ୍ଵତନ୍ତ୍ର ଓଡ଼ିଶା ହେଲା ନିର୍ମାଣ ll*
*ପ୍ରଥମ ଭାଷାଭିତ୍ତିକ ରାଜ୍ୟ ହୋଇ ଓଡ଼ିଶା କଲା ଏକ କିର୍ତ୍ତିମାନ l*
*ମହାରାଜା ହେଲେ ପ୍ରଥମ ପ୍ରଧାନମନ୍ତ୍ରୀ ପାରଳା ମାଟି ହେଲା ମହାନ ll*
*ବନ୍ଦେ ଉତ୍କଳ ଜନନୀ*
🙏🙏🙏🙏🙏🙏
ସୁଶିଲ କୁମାର ପାଣିଗ୍ରାହୀ