Quotes by Amit Kumar in Bitesapp read free

Amit Kumar

Amit Kumar Matrubharti Verified

@amitkumar131511
(2)

Happiness is normally associated with possession of wealth, which is why people all over the world toil and employ various means to earn and enhance their income. The poor often spend their lives in sorrow or bitterness over their lack of material wealth, or resign themselves to their fate. It need not be so. Money can certainly make life more comfortable and widen the range of opportunities available to a person for education, job training and employment, but it cannot buy happiness. It is observed that that good mental and physical health, someone to count on, job security and stable families are key factors in determining the wellbeing of individuals. At the community level, political freedom, strong social networks and absence of corruption are together more important than income for happiness.
Partly reflecting is the fact that happiness ultimately is in the mind of a man. Mental health is the biggest single factor affecting happiness in any country. The poor usually despair over their fate when they focus on what they don’t have and compare themselves with those better off than themselves.

Read More

ଦୂରୁ ଭାସି ଆସେ

ଶୀତୁଆ ସକାଳ

ଶୀତ ସମୀରରେ

ସଜ ଫୁଟା ଫୁଲ ବାସ୍ନା ଆସେ

ଝରକା ପାଖରେ ଆସେ

କି ମହ କରେ

ମନ ହୁଏ ଆନମନାରେ ।

କାନେ ଶୁଭି ଉଠେ

ଆମ୍ବ ଗଛ ଡାଳ କୁହୁଡି

ନାଦ କୋଇଲିରେ

ସେ ସଙ୍ଗୀତ ଗାଏ

ସୁରେ ଆଖ୍ ବୁଜି ହୁଏ

ସେ ରାଗ ଅତି ମଧୁର।

ଆସଛି ଶୀତୁଆ ସକାଳ

ସମୀର ସଙ୍ଗୀତ ଗାଏ

ଭ୍ରମର ବୀଣା ବଜାଏ

ସୁରଭି କି ସୁଗନ୍ଧ ଦିଏ ।

ସକାଳୁ ଦେଖିଲେ

ଖାଲି କୁହୁଡି।

ଶୀତୁଆ ପବନ ଧିରେ ଧିରେ

ଉଚ୍ଚ ପର୍ବତ ରେ ବୋହେ।

-Amit Kumar

Read More

ନୀତିବାଣୀ

epost thumb

ଦୂରୁ ଭାସି ଆସେ

ଶୀତୁଆ ସକାଳ

ଶୀତ ସମୀରରେ

ସଜ ଫୁଟା ଫୁଲ ବାସ୍ନା ଆସେ

ଝରକା ପାଖରେ ଆସେ

କି ମହ କରେ

ମନ ହୁଏ ଆନମନାରେ ।

କାନେ ଶୁଭି ଉଠେ

ଆମ୍ବ ଗଛ ଡାଳ କୁହୁଡି

ନାଦ କୋଇଲିରେ

ସେ ସଙ୍ଗୀତ ଗାଏ

ସୁରେ ଆଖ୍ ବୁଜି ହୁଏ

ସେ ରାଗ ଅତି ମଧୁର।

ଆସଛି ଶୀତୁଆ ସକାଳ

ସମୀର ସଙ୍ଗୀତ ଗାଏ

ଭ୍ରମର ବୀଣା ବଜାଏ

ସୁରଭି କି ସୁଗନ୍ଧ ଦିଏ ।

ସକାଳୁ ଦେଖିଲେ

ଖାଲି କୁହୁଡି।

ଶୀତୁଆ ପବନ ଧିରେ ଧିରେ

ଉଚ୍ଚ ପର୍ବତ ରେ ବୋହେ।

Read More

ସର୍ଦ୍ଦାର ବଲ୍ଲଭଭାଇ ପଟେଲ(୩୧ ଅକ୍ଟୋବର ୧୮୭୫-୧୫ ଡିସେମ୍ବର ୧୯୫୦) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ଓକିଲ, ଭାରତୀୟ ଜାତୀୟ କଂଗ୍ରେସର ସଭ୍ୟ ଥିଲେ । ଭାରତର ସ୍ୱାଧୀନତା ସଂଗ୍ରାମରେ ତାଙ୍କ ଭୂମିକା ଗୁରୁତ୍ୱପୁର୍ଣ୍ଣ ଥିଲା । ସ୍ୱାଧୀନ ଭାରତର ସେ ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ଥିଲେ । ସ୍ୱାଧୀନତା ସମୟରେ ବିନା ରକ୍ତପାତରେ ଭାରତର ପ୍ରାୟ ସମସ୍ତ ରାଜ୍ୟଗୁଡ଼ିକୁ ଏକାଠି କରିବାରେ ତାଙ୍କର ଅବଦାନ ନିମିତ୍ତ ତାଙ୍କୁ "ଲୌହ ମାନବ" ଉପାଧି ମିଳିଥିଲା । ତାଙ୍କର ସ୍ମୃତିରେ ୨୦୧୪ ମସିହାରୁ ପ୍ରତିବର୍ଷ ତାଙ୍କର ଜନ୍ମତିଥି ୩୧ ଅକ୍ଟୋବରକୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ ହୋଇ ଆସୁଅଛି । ୩୧ ଅକ୍ଟୋବର ୨୦୧୮ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଦ୍ୱାରା ଦେଶବାସୀଙ୍କ ଉଦ୍ଦେଶ୍ୟରେ ତାଙ୍କର ଏକ ୧୮୨ ମିଟର ପ୍ରତିମୂର୍ତ୍ତି ଉଦଘାଟନ କରିଥିଲେ ।
ଏହାକୁ ଏକତାର ପ୍ରତିମୂର୍ତ୍ତି ଭାବରେ ସମ୍ବୋଧନ କରାଯାଉଛି । ଏହା ଉଦଘାଟନ ସମୟରେ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଥିଲା ।

ବଲ୍ଲଭଭାଇ ପଟେଲଙ୍କ ଜନ୍ମ ତାରିଖର କିଛି ପ୍ରମାଣ ନ ଥିଲା ।ସେ ୩୧ ଅକ୍ଟୋବରକୁ ନିଜ ଜନ୍ମ ତାରିଖ ଭାବେ ମାଟ୍ରିକ ପରୀକ୍ଷାରେ ଲେଖିଥିଲେ । ସେ ପଟେଲ ଜାତିରେ ଜନ୍ମଗ୍ର‌ହଣ କରିଥିଲେ । ସେ ନ‌ଦିଆଦ, ପେଟଲାଡ ଓ ବୋରସାଦରେ ସ୍କୁଲରେ ପଢିବାକୁ ଯାଇଥିଲେ । ସେ ତାଙ୍କ ମାଟ୍ରିକ ୨୨ ବର୍ଷରେ ପାସ କରିଥିଲେ । ସେ ବର୍ଷ ବର୍ଷ ନିଜା ପରିବାରଠାରୁ ଦୁରରେ ରହି ନିଜ ପାଠ ପଢ଼ାରେ ଧ୍ୟାନ ଦେଇଥିଲେ । ସେ ଗୁଜରାଟର ଗାଁରେ ବଢିଥିଲେ । ସେ ଓକିଲ ଭାବେ ନିୟୋଜିତ ହୋଇଥିଲେ ।

ସାଙ୍ଗମାନଙ୍କ ପ୍ରେରଣାରେ ସେ ଉତ୍ସାହିତ ହୋଇ ସେ ସ୍ୱଚ୍ଛତା କମିଶନର ଅଫ ଅହମଦାବାଦ ପଦ ନିମିତ୍ତ ନିର୍ବାଚନରେ ଛିଡ଼ା ହୋଇଥିଲେ ଏବଂ ଜିତିଥିଲେ । ବହୁବାର ତାଙ୍କର ମତ ବ୍ରିଟିଶ ସରକାରଙ୍କଠାରୁ ଭିନ୍ନ ହେଲେ ମଧ୍ୟ ସେ ରାଜନୀତିରେ ପ୍ରବେଶ କରିବା କଥା ଚିନ୍ତା କରିନଥିଲେ । ଅକ୍ଟୋବର ୧୯୧୭ରେ ସେ ଗାନ୍ଧିଜୀଙ୍କ ସହ ଭେଟ ହେଲାପରେ ଭାରତର ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କଲେ ।

କଂଗ୍ରେସ ସ୍ୱେଛାସେବୀମାନଙ୍କର ସହାୟତାରେ ପଟେଲଜୀ ଗୁଜରାଟରେସ୍ଥିତ ଖେଦା ଜିଲ୍ଲାର ଗାଁ ଗାଁ ବୁଲି ଲୋକଙ୍କର ଆପତ୍ତି ଲେଖି ରଖୁଥିଲେ ଏବଂ ଏହାସହ ସରକାରଙ୍କୁ ଟିକସ ନଦେବା ନିମିତ୍ତ ଉତ୍ସାହିତ କରୁଥିଲେ । ପଟେଲଜୀ ଦେଶରେ ଏକତା ଏବଂ ଅହିଂସା ନିମିତ୍ତ ଲୋକଙ୍କୁ କଠିନତା ଆପଣେଇବାକୁ ପ୍ରେରଣା ଯୋଗାଉଥିଲେ । ସେ ପ୍ରତି ଗ୍ରାମରୁ ବହୁମାତ୍ରାରେ ସମର୍ଥନ ଲାଭ କରିଥିଲେ । ସେ ପ୍ରତି ଗାଁରେ କାମ କରିବା ନିମିତ୍ତ ଏକ ସ୍ୱେଛାସେବୀ ମଣ୍ଡଳୀ ତିଆରି କରିଥିଲେ । ପଟେଲଜୀ ଗାନ୍ଧୀଙ୍କର ଅସହଯୋଗ ଆନ୍ଦୋଳନକୁ ଅନେକ ସାହାଯ୍ୟ କରିଥିଲେ । ସେ ତାଙ୍କର ରାଜ୍ୟ ଗୁଜରାଟ ବୁଲି ବୁଲି ପାଖାପାଖି ୩ ଲକ୍ଷ୍ୟ ସ୍ୱେଛାସେବୀ ଏବଂ ୧୫ ଲକ୍ଷ୍ୟରୁ ଅଧିକ ପାଣ୍ଠି ସଂଗ୍ରହ କରିପାରିଥିଲେ । ଲବଣ ସତ୍ୟାଗ୍ରହ ବେଳେ ପଟେଲଜୀଙ୍କର ଜେଲ ଯିବାପରେ ଗୁଜରାଟରେ ଆନ୍ଦୋଳନ ନିଆଁ ଭଳି ବ୍ୟାପି ଥିଲା । କଂଗ୍ରେସରେ ଏକ ବଳିଷ୍ଠ ଭୂମିକା ନିର୍ବାହ କରିବା ୧୯୩୪ ମସିହାରୁ ପଟେଲଜୀଙ୍କର ଆରମ୍ଭ ହୋଇଥିଲା । ଦଳ ନିମିତ୍ତ ପାଣ୍ଠି ଏବଂ ସ୍ୱେଚ୍ଛାସେବୀ ସଂଗ୍ରହରେ ତାଙ୍କର ଅନେକ ଅବଦାନ ରହିଥିଲା ।

୧୯୪୦ ମସିହାରେ ସେ ଗାନ୍ଧିଜୀଙ୍କ ଡାକରାରେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ । ଏହାନିମିତ୍ତ ତାଙ୍କୁ ୯ ମାସ କାରାବରଣ କରିବାକୁ ପଡିଥିଲା । ଏହି ସମୟରେ ତାଙ୍କର ପାଖାପଖି ୯ କିଲୋ ଓଜନ କମ ହୋଇଯାଇଥିଲା । ସିଙ୍ଗାପୁର ଏବଂ ମ୍ୟାନମାରରେ ଯେପରି ବ୍ରିଟିଶ ସରକାର ଛାଡ଼ି ଚାଲିଗଲେ, ଭାରତରେ ମଧ୍ୟ ସେଭଳି ଭାରତ ଛାଡ଼ ଆନ୍ଦୋଳନଦ୍ୱାରା ବ୍ରିଟିଶମାନଙ୍କୁ ବାହାର କରିହେବ ବୋଲି ସେ ଗାନ୍ଧିଜୀଙ୍କୁ ସମର୍ଥନ ଯୋଗାଇଥିଲେ । ସେ ଏହି ଆନ୍ଦୋଳନ ନିମିତ୍ତ ପ୍ରଚାର ଯେତେଶୀଘ୍ର ସମ୍ଭବ ଆରମ୍ଭ କରିବାକୁ ଚାହୁଁଥିଲେ । କଂଗ୍ରେସରୁ ଉପଯୁକ୍ତ ସମର୍ଥନ ନମିଳିବାରୁ ସେ ଦଳରୁ ଇସ୍ତଫା ଦେଇଦେବେ ବୋଲି କହିଥିଲେ । ଗାନ୍ଧିଜୀଙ୍କର ଅନୁରୋଧ କ୍ରମେ ପଟେଲଜୀ ନେହରୁଙ୍କ ନିମିତ୍ତ ପ୍ରଧାନମନ୍ତ୍ରୀ ଦୌଡ଼ରୁ ବାହାରି ଆସିଲେ । ସେ ସ୍ୱାଧୀନ ଭାରତର ଗୃହମନ୍ତ୍ରୀ ରୂପେ ପ୍ରାଦେଶିକ ରାଜ୍ୟଗୁଡ଼ିକୁ ଏକାଠି କରିବାରେ ତାଙ୍କର ମୁଖ୍ୟ ଭୂମିକା ରହିଥିଲା ।

୧୯୫୦ ମସିହା ଗ୍ରୀଷ୍ମରେ ପଟେଲଜୀଙ୍କର ଦେହ ବହୁତ ଖରାପ ହେବାକୁ ଲାଗିଲା । ସେ ରକ୍ତ ବାନ୍ତି କରୁଥିଲେ । ସେହି ବର୍ଷ ୨ ନଭେମ୍ବର ପରେ ତାଙ୍କର ଦେହ ସାଙ୍ଘାତିକ ରୂପେ ଖରାପ ହେବାର ଲାଗିଲା ଯେବେ ସେ ବାରମ୍ବାର ଚେତା ହରାଉଥିଲେ । ଗୋଟିଏ ବଡ଼ ହୃଦଘାତରେ ପଟେଲଜୀ ବମ୍ବସ୍ଥିତ ବିର୍ଲା ହାଉସରେ ୧୫ ଡିସେମ୍ବର ୧୯୫୦ ମସିହା ସକାଳ ୯:୩୭ ସମୟରେ ଇହଧାମ ତ୍ୟାଗ କରିଥିଲେ । ତାଙ୍କର ସମାଧି ଶୋଭାଯାତ୍ରାରେ ପ୍ରଧାନମନ୍ତ୍ରୀ ନେହୁରୁ ଏବଂ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କ ସହ ପାଖାପାଖି ଦଶ ଲକ୍ଷ ଲୋକ ଉପସ୍ଥିତ ଥିଲେ ।

Read More

ମୁଁ ତୁମ ଅପେକ୍ଷାରେ... Full episode 260 Odia serial

epost thumb

हमारे गुरुमा ममता महापात्रा माय फेवरेट टीचर ।

epost thumb

Good Evening